Tuesday, 29 January 2013

.........................................ଶିଖା


ତୁମେ କହିଥିଲ ଶିଖା, ଦିପ ଟେ ଜାଳିଲେ ଆସିବ ବୋଲି, ସଳିତା ଯେ ନଥିଲା, ମୁଁ ମୋତେ ଜାଳନ୍ତିନି ତ କ'ଣ କରନ୍ତି ? ଆଉ ତମେ ଏଇ କଥାରେ ରାଗିଯିବ ଜାଣି ପାରିଲିନି | ମୁଁ ଅନେକ ଦିନ ହେଲା ତୁମକୁ ଖୋଜୁଥିଲି ଶିଖା, ତୁମକୁ ବେଶି କିଛି କହିବାର ଅଛି | ତୁମ ସହ ଦେଖା କରିବା ପାଇଁ ସବୁକିଛି କଲି, କିନ୍ତୁ କିଛି ହେଇ ପାରିଲା ନହିଁ | ଶେଷ ରେ ଭାବିଲି, ଆଉ କିଛି ଉପାୟ ନାହିଁ | କୁହ ଶିଖା କ'ଣ ଭୂଲ୍ କଲି ? 
ହେଉ ସେ କଥା ଛାଡ ଶିଖା, ଅନେକ ଦିନ ହେଲ ତୁମ ଅପେକ୍ଷା କରିଛି | ତୁମ ବିନା ମୁଁ କେମିତି ଯେ ବଞ୍ଚିଛି, ତୁମେ କେମିତି ବୁଝିବ ? ମୋ ଦେହ ଟା ପୁରା ଥଣ୍ଡା ପଡିଗଲାଣି,ତୁମେ ପାଖକୁ ଆସିଲେ, ହୁଏ ତ ମୁଁ ପୁଣି ଥରେ ବଞ୍ଚି ଉଠିବି |

1 comment:

  1. ସୁନ୍ଦର କବିତାର ଅନ୍ତ ନାହିଁ।
    ଲେଖାକୁ ବନ୍ଦ କରନ୍ତୁନି।

    ReplyDelete