Friday 15 April 2011

ବେଦନା......

ପୁଷ୍ପିତ ବସନ୍ତେ ଅବା କି ବେଦନା ପାଇ
ଝୁରେ କୋକିଳ ଟି ଆମ୍ର ଡାଳେ ଲୁଚି,
ରୋଦନ ବି ତା'ର୍ ମିଠା ମିଠା ଲାଗେ,
ଯେହେତୁ ବୋଉଳ ର ବାସ୍ନା ରେ ହ୍ରୁଦୟ ହଜିଛି .

ଜନ ସମାଗମ ଦେଖି ସାଗର ଟି ଝୁରେ
ବେଳାଭୁଇଁ ପରେ ଲହଡି ପିଟି ପିଟି..
ସେ କାନ୍ଦଣା ବି ଉପଭୋଗ କରେ,
ଯେହେତୁ ମ୍ରୁଦୁ ମଳୟେ ହ୍ରୁଦୟ ହଜିଚି.



No comments:

Post a Comment