Wednesday, 15 April 2026

ଆତ୍ମା ତତ୍ତ୍ୱ

 

ଅଭାଗା ହତଭାଗା

ସତେ ଅବା ତଟିନୀ ।

ଗିରି ପରିତ୍ୟକ୍ତା

ସାଗର ବିରହିଣି ।0।

ଶରୀରେ ଆବଦ୍ଧ                 ଲୋଭ କାମେ ବଶ

ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି           ଆତ୍ମେ ତତ୍ତ୍ବ ହ୍ରାସ ।

ଅଚଳ ଅବିଚଳ

ସତେ ଅବା ପଥର

କ୍ଷର ପ୍ରତିକ୍ଷଣେ

ତଥାପି ଅକ୍ଷର ।୧।

ନିଶବ୍ଦ ନିଶାର୍ଦ୍ଧ        ମେଘ ଦେହେ ସୁପ୍ତ

ଘର୍ଘର ଶବ୍ଦ ସହ     ନଭେ ହୁଏ ବ୍ୟାପ୍ତ  |

ଚପଳା ଲାଜବୋଳା

ସତେ ଅବା ବିଜୁଳି

କ୍ଷଣିକ ଆୟୁଷ

ଯାଏ ଖାଲି ଜଳି ।୨।

No comments:

Post a Comment