ସପନ ଦେଖିବ ମନା......
ଆଖି ତଳେ ଲୁଚିଥିବା
ଲୁହ କୁ ଝରିବା ମନା |
ଚିନ୍ହା ମୁହଁ ଟି କୁ ଚାହିଁବା ମନା,
ମନ ର ଆଶା କୁ କହିବା ମନା......
ଛାତି ତଳେ ଫୁଟିଥିବା
କୋହ କୁ ଉଠିବା ମନା |
ତମସା ରେ ଦୀପ ଜାଳିବା ମନା,
ତ୍ରୁଷାତୁର ଦିନେ ପାଣି ବି ମନା....
ଓଠୋ ଧାରେ ଚୁନା ଚୁନା
ହସ କୁ ଧରିବା ମନା |ସ୍ମୃତିର ସହରେ ଲେଉଟିବା ମନା,ଅତୀତର ଧୂଳି ଉଡ଼ାଇବା ମନା...ନିଜ ଛାଇ ସାଥେ ବସିଦୁଃଖକୁ ବାଣ୍ଟିବା ମନା |ନୀରବତାର ଋତୁରେ କାନ୍ଦିବା ମନା,ଅଭିମାନର ଚିଠି ଲେଖିବା ମନା...ସବୁ ଥାଇ କିଛି ନାହିଁ ବୋଲିଏ ମନକୁ ବୁଝାଇବା ମନା |
ସପନ ଦେଖିବା ମନା...........
No comments:
Post a Comment