Friday 20 July 2012

ସକାଳ

ଅନେକ ଥର ଯେବେ ବି ମୁ ନିରାଶ ହେଇଛି, ଶୁଣିଛି, ଏଇ ରାତି ବାସ କିଛି ସମୟ ପାଇଁ | ପୁଣି ଏକ ନୁଆ ସକାଳ ଆସିବ, ଆଉ ଏ ରାତି କଟି ଯିବ | ନିରାଶ କୁ ଅନ୍ଧକାର ବା ରାତି ସହ ପ୍ରାୟ ସମସ୍ତେ ତୁଳନା କରନ୍ତି | ମୁ ଭାବେ, ରାତି କଣ ଖରାପ ? ନିରାଶା ଏବଂ ଅନ୍ଧକାର ର ସମ୍ପର୍କ୍ କଣ ମୁ କେବେ ବି ବୁଝି ପାରିନି | ଆଜି ବି ନାହି |

ମୋତେ ତ ଲାଗେ, ରାତି ବେଶୀ ସୁନ୍ଦର | ଦିନ ସାରା ପରିଶ୍ରମ କରି ଏକ ଶ୍ରମିକ ତେ ରାତିଟି ପାଇଁ ହି ଅପେକ୍ଷା କରିଥାଏ | ଯଦି ସକାଳ ହେବ, ତାକୁ ପୁଣି ଥରେ କାମ କରିବାକୁ ପଡିବ |

ଖାଲି ଶ୍ରମିକ କଥା କାହିଁକି, ଆଜି ସମସ୍ତଙ୍କ ସହ ଏ କଥା ସତ | ଅଫିସ୍ ରେ ଥିବା ବେଳେ ଖାଲି ଏ କଥା ମନ କୁ ଅସେ, କେତେବେଳେ ସନ୍ଧ୍ୟା ହେବ, ଏବଂ ଘରକୁ ଯିବାକୁ ମିଳିବ |

ସଂଧ୍ୟାରେ ଘରକୁ ଆସିବାର ସୁଖ ଦିନର ପରିଶ୍ରମ ରେ କାହିଁ ? ତଥାପି ନିରାଶକୁ ରାତି ସହ ତୁଳନା କରିବାର ଯଥାର୍ଥତା ମୁ ଜାଣି ପରେନି |

No comments:

Post a Comment