Sunday 11 October 2015

ମୋ ଓଡିଶା

କଟକ ଆକାଶେ ମକର ଗୁଡି
ଚିଲିକା କଙ୍କଡା ମାଛ ଚିଙ୍ଗୁଡି
ଜଗନ୍ନାଥ ଧାମେ ସିନ୍ଧୁ ଲହଡି
ପାରାଦୀପେ ନବ ନଉକା ଝଡି ।
ଦେଖିନ ଯଦି, ଆଉ କଣ ଦେଖିଛ ??

ମାଲ୍ୟବନ୍ତଗିରି ବଣ୍ଡା ପ୍ରଦେଶ
କୋରାପୁଟେ ଗୁପ୍ତେ ଇଶ୍ୱର ବାସ
ଝରିଗାଁ ଚନ୍ଦନ ଧାରାର ରାସ
ମିନାଝୋଳ ନଦୀ ଜଙ୍ଗଲ ଦୃଶ ।
ଦେଖିନ ? ତ ଆଉ କଣ ଦେଖିଛ !!

ପୂରାଣ ପ୍ରସିଦ୍ଧ ଗିରି ମହେନ୍ଦ୍ର
ବୌଧ ରାଜବାଟି ବାସ ଯୋଗିନ୍ଦ୍ର
 ନିର୍ମଳଝରେ ଖ୍ୟାତ ବିଷ୍ଣୁ ମନ୍ଦିର
ପୁଟୁଡି ସାଲୁଙ୍କି ପ୍ରବାହମିନ୍ଦ୍ର ।
 ଦେଖିନ ? ତ କଣ ଦେଖିଛ !!

ଗନ୍ଧମାର୍ଦନ ଓ ହରିଶଙ୍କର
ଫୁର୍ଲିଝରନ୍  କଳ କଳ ଝର
ବରଗଢେ ବିଜେ ଅଷ୍ଟ ଶଙ୍କର
ଶଶି ଅହିମଣି ପ୍ରୀତି ଅମର ।
ଦେଖିନ ? ତ କଣ ଦେଖିଛ !!

ହୁମା ବଙ୍କା ଇଶ ମାଛ ପୋଖରୀ
କାଇବଣେ ଶିବ ଦେଉଳଝରି
ଖଣ୍ଡଧାର କୋରାପାଣି ଲହରି
ପ୍ରଧାନପାଟ ର ପ୍ରପାତ ଶିରି ।
ଦେଖିନ ? ତ କଣ ଦେଖିଛ !!

ଶିମିଳିପାଳେ ବାଘ ମହାବଳ
ବଡଘାଘରା ପ୍ରପାତ ଜଳ
ରେମୁଣା ଖୀରଚୋରା ଚପଳ
ଇରମ ବୀର ଧାମ ଉତ୍କଳ ।

ଦେଖିନ ? ତ କଣ ଦେଖିଛ !!

5 comments:

  1. Bahut bhala hoichi, Bhai !!

    ReplyDelete
  2. wow.. ete sudnara lekhatiye.. kana lucheiki rakhideithile ki bhai??

    ReplyDelete
  3. ହେ ହେ । ହେଉ ହେଉ ହେଇଗଲା ।

    ReplyDelete
  4. ହେ ହେ । ହେଉ ହେଉ ହେଇଗଲା ।

    ReplyDelete