Saturday 10 March 2018

ଭାବନା


ଭାବନା ଅନନ୍ତ ଶବ୍ଦ ସୀମିତ
କହିବି ବା କଅଣ
ଲେଖିବି ବା କଅଣ
ତମସା ଅନନ୍ତ ଦୀପ ସୀମିତ
ଭାବନା ଅନନ୍ତ ଶବ୍ଦ ସୀମିତ ।।

ପୂର୍ଣ ଜୀବନ, ଅଭାବ ଅଛି ତଥାପି
କଳ୍ପନା ଅତୀତ ଭାବ ଅଛି ତଥାପି
ଦେବ ଆଶୀଷ ବା ମିଳିବ କାହିଁ
ଅର୍ଚ୍ଚନା ଅନନ୍ତ ପୂଜା ସୀମିତ
ଭାବନା ଅନନ୍ତ ଶବ୍ଦ ସୀମିତ ।।


ନିରାଶା ର ନୁହଁ ଭୟ ଆଶା ର 
ସୁରଭି ର ନୁହଁ ମୋହ ପୁଷ୍ପ ର 
ବୃତ୍ର ଅନ୍ତ ଇନ୍ଦ୍ର କରିବେ କେମିତି 
ଦଧୀଚି ଅନନ୍ତ ଅସ୍ଥି ସୀମିତ 
ଭାବନା ଅନନ୍ତ ଶବ୍ଦ ସୀମିତ ।।

ଜାଣେ ପୁଣ୍ୟ କିନ୍ତୁ କରି ପାରେନି 
ଜାଣେ ପାପ କିନ୍ତୁ ଛାଡି ପାରେନି 
ନଚିକେତା ମୋକ୍ଷ ପାଇବ କେମିତି 
ପୁନଃ ଜନ୍ମେ ଯେଣୁ ଆଶା ଜଡିତ 
ଭାବନା ଅନନ୍ତ ଶବ୍ଦ ସୀମିତ ।। 

No comments:

Post a Comment