ଅଭାଗା ହତଭାଗା
ସତେ ଅବା ତଟିନୀ ।
ଗିରି ପରିତ୍ୟକ୍ତା
ସାଗର ବିରହିଣି ।0।
ଶରୀରେ ଆବଦ୍ଧ ଲୋଭ କାମେ ବଶ
ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି ଆତ୍ମେ ତତ୍ତ୍ବ ହ୍ରାସ ।
ଅଚଳ ଅବିଚଳ
ସତେ ଅବା ପଥର
କ୍ଷର ପ୍ରତିକ୍ଷଣେ
ତଥାପି ଅକ୍ଷର ।୧।
ନିଶବ୍ଦ ନିଶାର୍ଦ୍ଧ ମେଘ ଦେହେ ସୁପ୍ତ
ଘର୍ଘର ଶବ୍ଦ ସହ ନଭେ ହୁଏ ବ୍ୟାପ୍ତ |
ଚପଳା ଲାଜବୋଳା
ସତେ ଅବା ବିଜୁଳି
କ୍ଷଣିକ ଆୟୁଷ
ଯାଏ ଖାଲି ଜଳି ।୨।
No comments:
Post a Comment